Categories: ଜାତୀୟ

ଅସ୍ତ୍ରଶସ୍ତ୍ର ଭାଗବଣ୍ଟାକୁ ନେଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗ୍ୟାଙ୍ଗଓ୍ବାର୍‌: ଜଣେ ମୃତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରରେ ଦୁଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗ୍ୟାଙ୍ଗଓ୍ବାର୍‌ ହୋଇଛି। ଅସ୍ତ୍ରଶସ୍ତ୍ର ଭାଗବଣ୍ଟାକୁ ନେଇ ଏପରି ହୋଇଥିବା କୁହାଯାଉଛି। ସ୍ଥାନୀୟ ବାଘମା ବିଜ୍‌ବେହାରଠାରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୫ରୁ ୬ ଜଣ ଏବଂ ଅସାଂର୍‌ ଗଜବନ୍‌ ଉଲ୍‌ ହିନ୍ଦ୍‌ ଆତଙ୍କବାଦୀ ସଂଗଠନର ୩ ଜଣ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ଗ୍ୟାଙ୍ଗଓ୍ବାର୍‌ରେ ଆତଙ୍କବାଦୀ ଆଦିଲ୍‌ ଦାସ୍‌ଙ୍କର ମୃତ୍ୟୁ ଘଟିଛି। ସେ ଅସାଂର୍‌ ଗଜବନ୍‌ ଉଲ୍‌ ହିନ୍ଦ୍‌ ଆତଙ୍କବାଦୀ ସଂଗଠନର ସଦସ୍ୟ। ପୂର୍ବରୁ ସେ ହିଜ୍‌ବୁଲ୍‌ ସଦସ୍ୟ ଥିଲେ। ଏଥିରେ ଆହତ ହୋଇଥିବା ଆତଙ୍କବାଦୀ ଆରିଫ୍‌ ହୁସେନ୍‌ଙ୍କୁ ପୋଲିସ ଗିରଫ କରିଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share