Categories: ଗଞ୍ଜାମ

ଅସ୍ତ୍ରୋପଚାର ପରେ ନର୍ସିଂ ଛାତ୍ରୀଙ୍କ ଛାତିରୁ ବାହାରିଲା ଛୁଞ୍ଚତ୍

ଫିରିଙ୍ଗିଆ,୩୦ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ପରେ ଜଣେ ନର୍ସିଂ ଛାତ୍ରୀଙ୍କ ଛାତିରେ ଛୁଞ୍ଚତ୍ ରହିଯାଇଥିଲା। ଶନିବାର ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଛୁଞ୍ଚତ୍ ବାହାର କରାଯାଇଛି। ଏହି ଘଟଣାରେ ଛାତ୍ରୀଙ୍କ ପରିବାର ଅସ୍ତ୍ରୋପଚାର ପରେ ବାହାରିଥିବା ଫଟୋ ଗଣମାଧ୍ୟମକୁ ଦେଇଛନ୍ତି। ମେଡିକାଲ ପ୍ରଶାସନର ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ସମ୍ପୃକ୍ତ ଛାତ୍ରୀ ଏବେ ସୁସ୍ଥ ଥିବା ମେଡିକାଲ କତ୍ତୃପକ୍ଷ କହିଥିବା ପରିବାର ଲୋକେ ସୂଚନାଦେଇଛନ୍ତି। ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ମାଶ୍ରିପଡା ଗ୍ରାମର ସୁଜାତା ମଲ୍ଲିକ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସରକାରୀ ନର୍ସିଂ କଲେଜରେ ଏଏନ୍‌ଏମ୍‌ ପ୍ରଥମ ବର୍ଷର ଛାତ୍ରୀ। କିଛିମାସ ହେଲା ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଫୁଲବାଣୀ ମେଡିକାଲରେ ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ହୋଇଥିବା ଜଣାପଡିଥିଲା। ଗତ ଜାନୁୟାରୀ ୩ରେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅସାବଧାନତାବଶତଃ ଏକ ଛୁଞ୍ଚତ୍ ରହିଯାଇଥିଲା। ଯନ୍ତ୍ରଣା ହେବାରୁ ପୁଣି ୬ ତାରିଖରେ ପୁନର୍ବାର ଅସ୍ତ୍ରୋପଚାର ହୋଇଥିଲା। ହେଲେ ଛୁଞ୍ଚତ୍ ବାହରି ପାରିଲା ନାହିଁ। ତାଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ। ୮ ତାରିଖରେ ସୁଜାତା ବ୍ରହ୍ମପୁର ଯାଇଥିବାବେଳେ ୩/୪ ମାସ ପରେ ଆସିବାକୁ ସେଠିକାର ଡାକ୍ତର କହିଲେ। ଅର୍ଥାଭାବରୁ ସୁଜାତା ବ୍ରହ୍ମପୁର ଯାଇ ପାରି ନ ଥିଲେ। ଏ ନେଇ ଏକ ଖବର ଗତ ୨୩ ଏବଂ ୨୯ରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ମେଡିକାଲ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ୱର ସହ ନେଇ ଛାତ୍ରୀଙ୍କ ଚିକିତ୍ସା ତଥା ଛାତିରୁ ଛୁଞ୍ଚତ୍ କାଢିବା ଲାଗି ଏମ୍‌ଏସ୍‌ ପଠାଇଥିଲେ।