Categories: ଜାତୀୟ

ଅସ୍ତ୍ର ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ବଣ୍ଡା,୧୬ା୧୨(ପି.ଟି.): ଅସ୍ତ୍ର(ସଂଶୋଧନ) ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଫଳରେ କୌଣସି ବ୍ୟକ୍ତି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ପ୍ରମାଣିତ ହେଲେ ତାଙ୍କୁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଏହା ସହ ଉକ୍ତ ଆଇନରେ ଇଲେକ୍ଟ୍ରୋନିକ ଜରିଆରେ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା ମଧ୍ୟ ରହିଛି। ଦେଶରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଆଣିଥିବା ଏହି ବିଲ୍‌ ଗତ ସପ୍ତାହରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା।

Share