ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଉପଜିଲାପାଳ

ଶେରଗଡ଼,୨ା୪(ଡି.ଏନ୍‌.ଏ.)- ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ବୁଧବାର ଶେରଗଡ ପରିଦର୍ଶନରେ ଆସି ବିଭିନ୍ନ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ଶିବିର ବୁଲି ଦେଖିଥିଲେ। ବ୍ଲକର ମହାତ୍ମା ଗାନ୍ଧୀ, ବରମୁଣ୍ଡଳୀ, ମା’ କାଳୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟର ବୁଲି ଦେଖିଥିଲେ। ପାଣି, ଆଲୁଅ, ପାଇଖାନା ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।