ଅସ୍ଥାୟୀ ପରିବା ହାଟରେ ବିଦ୍ୟୁତ୍‌ ଭଡ଼ା ଆଦାୟକୁ ନେଇ ଅସନ୍ତୋଷ: ବିଧାୟକଙ୍କ ନିକଟରେ ଅଭିଯୋଗ

ଗୋପ,୨ା୪(ଡି.ଏନ୍‌.ଏ.) : କରୋନାକୁ ସିଧାସଳଖ ମୁକାବିଲା କରିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱକୁ ନେଇ ୨ ଦିନ ହେବ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶରେ ଗୋପ ମେଳଣ ପଡ଼ିଆରେ ଅସ୍ଥାୟୀ ଭାବରେ ପରିବା ହାଟ ଖୋଲା ଯାଇଛି। ମାତ୍ର ଜଣେ ପରିବା ବ୍ୟବସାୟୀ ବେଆଇନ ଭାବେ ବିଦ୍ୟୁତ୍‌ ଭଡ଼ା ଆଦାୟ କରୁଥିବା ଅଭିଯୋଗ ଆସିଛି ।
ସୂଚନାଯୋଗ୍ୟ, ଗୋପ ସ୍ଥାୟୀ ପରିବା ହାଟରେ ଥିବା ୫୦ରୁ ଊଦ୍ଧର୍‌ବ ପରିବା ବ୍ୟବସାୟୀ ଅସ୍ଥାୟୀ ଭାବରେ ମେଳଣ ପଡ଼ିଆରେ ଏହି ହାଟ ସହିତ ମାଛ ହାଟ ଖୋଲିଛନ୍ତି। କିନ୍ତୁ ଏହି ହାଟରେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ହାଲୋଜିନ୍‌ ଲଗାଯିବା ସହ କେତେକ ଦୋକାନରେ ବିଦ୍ୟୁତ ବଲ ଲଗାଯାଇଛି। ମାତ୍ର କାହା ନିର୍ଦ୍ଦେଶରେ ପ୍ରତି ଦୋକାନରୁ ବିଦ୍ୟୁତ୍‌ ଭଡ଼ା ଆଦାୟ କରାଯାଉଛି ତାହା ବ୍ୟବସାୟୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଏନେଇ ବିଧାୟକଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବ୍ୟବସାୟୀ ସୁଦର୍ଶନ ସାହୁ,ବୀର ଭୋଇ ପ୍ରମୁଖ ପ୍ରକାଶ କରିଛନ୍ତି।