Categories: ଜାତୀୟ

ଅସ୍ଥାୟୀ ଭାବେ ବନ୍ଦ ହେଲା ନେହେରୁ ପ୍ରାଣୀ ଉଦ୍ୟାନ

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦରେ ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ମିର ଆଲମ ଟ୍ୟାଙ୍କରେ ପାଣି ଭର୍ତ୍ତି ହୋଇଯିବାରୁ ସହରର ରାସ୍ତାଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଟ୍ୟାଙ୍କରେ ଭର୍ତ୍ତି ହୋଇ ଉଛୁଳୁଥିବା ସବୁ ପାଣି ସଫାରିରେ ଥିବା ପୋଖରୀଗୁଡିକୁ ପ୍ରବାହିତ ହେଉଛି। ଏଣୁ ପ୍ରାଣୀ ଉଦ୍ୟାନରେ ପାଣି ପଶିଯିବାରୁ ସଫାରି ବସ୍‌ ଯାତାୟାତ କରିପାରୁ ନାହିଁ। ଫଳରେ ଶନିବାର ପାର୍କ ଅଧିକାରୀଙ୍କ ପକ୍ଷରୁ ନେହେରୁ ପ୍ରାଣୀ ଉଦ୍ୟାନ ସଫାରି ପାର୍କକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି। ପ୍ରାଣୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ପାର୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରାଣୀ ଉଦ୍ୟାନରୁ କିପରି ତୁରନ୍ତ ଜଳ ନିଷ୍କାସନ କରାଯାଇପାରିବ ସେନେଇ ହାଇଦ୍ରାବାଦ ନଗର ନିଗମ ଓ ଜଳସେଚନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି।

Share