ଅସ୍ଥାୟୀ ଶିବିର ସମ୍ମୁଖରେ ୧୪୪ଧାରା ଜାରି

ଖଇରା,୧୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ଆଗରେ ଭିଡ ଉପରେ କଟକଣା ଲଗାଇବାକୁ ପ୍ରଶାସନ ପକ୍ଷରୁ ଶନିବାର ଠାରୁ ୧୪୪ଧାରା ଜାରି କରାଯାଇଛି। ଏସମ୍ପର୍କରେ ଶନିବାର ଅପରାହ୍ନରେ ଖଇରା ତହସିଲ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି ଜନସାଧାରଣଙ୍କୁ ଅବଗତ କରାଯାଇଛି । ଅସ୍ଥାୟୀ ଶିବିରଠାରୁ ୧ଶହ ମିଟର ଦୂରତା ବ୍ୟବଧାନରେ ଏହି ୧୪୪ଧାରା ଲାଗୁ କରାଯାଇଛି। ଏକତ୍ର ସେହି ସ୍ଥାନରେ ଛିଡା ହେବାର ପ୍ରଶାସନ ନଜରକୁ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଖଇରା ବ୍ଲକରେ ୧୪୨ଟି ଅସ୍ଥାୟୀ ଶିବିର ସମ୍ମୁଖରେ ଏହି ନିୟମ ଲାଗୁ କରାଯାଇଛି ା