Categories: ଖେଳ

ଅହମ୍ମଦାବାଦରେ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ନୂଆଦିଲ୍ଲୀ,୧୮।୫(ପି.ଟି.)- ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦସ୍ଥିତ ଟ୍ରାନ୍ସଷ୍ଟାଡିୟା ଏରିନାଠାରେ ଜୁଲାଇ ୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ପୂର୍ବରୁ ଏଆଇଏଫ୍‌ଏଫ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଦଳମାନଙ୍କ ନାମ ଘୋଷଣା କରିସାରିଥିଲା। ଏଥିରେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିୟନ ଭାରତ ସମେତ ସିରିଆ, ଉତ୍ତର କୋରିଆ ଓ ତାଜିକସ୍ତାନ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମସ୍ତ ୪ ଦଳ ମଧ୍ୟରେ ରାଉଣ୍ଡ ରବିନ ଭିତ୍ତି ଲିଗ୍‌ ଖେଳାଯିବା ପରେ ପ୍ରଥମ ଦୁଇ ସ୍ଥାନରେ ଥିବା ଦଳ ମଧ୍ୟରେ ଫାଇନାଲ ଖେଳାଯିବ। ବ୍ଲୁ ଟାଇଗର୍ସ ଉଦ୍‌ଘାଟନୀ ସଂସ୍କରଣରେ କେନିଆକୁ ହରାଇ ଚାମ୍ପିୟନ ହୋଇଥିଲା।

Share