Categories: ଖେଳ

ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରିଲିଆନ୍ସ ଫାଉଣ୍ଡେଶନ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଏବଂ ଦୌଡ଼କୁଦ ପ୍ରତିଯୋଗିତାର ଜୁନିୟର ବାଳିକା ଶଟ୍‌ପୁଟ୍‌ ଇଭେଣ୍ଟରେ ଆଂଶିକା ରାଉତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ତନୟା ଆଂଶିକା ୧୧.୩୩ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ଏହି ସଫଳତା ପାଇଛନ୍ତି। ଅର୍ପିତା ସାହୁ ରୌପ୍ୟ ଓ ଶିବାନୀ ବ୍ରୋଞ୍ଜ ପଦକ ପାଇଛନ୍ତି। ଏଠାରେ ପ୍ରଥମସ୍ଥାନ ଅଧିକାର କରିଥିବାରୁ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଅଧ୍ୟୟନରତ ଆଂଶିକା ଆସନ୍ତା ନଭେମ୍ବରରେ ବମ୍ବେରେ ହେବାକୁଥିବା ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

Share