ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଆଇଆଇଟିରେ ନାମ ଲେଖାଇଥିବା ୧୬ ବର୍ଷୀୟ ବିଜୟଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର। ବରୁଣ ଗାନ୍ଧୀ ଓ ତାଙ୍କ ପରିବାର ବିଜୟଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜୟଙ୍କ ବାପା ଦରଜି କାମ କରୁଥିବା ବେଳେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ବିଜୟଙ୍କୁ ପାଠପଢ଼ାଇ ପାରୁନାହାନ୍ତି। ଫଳରେ ଗାନ୍ଧୀ ପରିବାର ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।