ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ: ଏସ୍‌ଆର୍‌ସି

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ରାଜ୍ୟର ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରିବାକୁ ଆଇଆଇଟି ମୁମ୍ବାଇକୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୁସ୍ଖଳନ ଏବେ ଏକ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଆଇଆଇଟି ମୁମ୍ବାଇକୁ ଏହି ଦାୟିତ୍ୱ ଦିଆଯାଇଛି। ଚିହ୍ନଟ ହେବା ପରେ ପଦକ୍ଷେପ ନିଆଯିବ। ଚିହ୍ନଟ ଅଞ୍ଚଳର ଲୋକମାନଙ୍କୁ ଭୁସ୍ଖଳନ ନେଇ ସଚେତନ କରାଯିବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଜେନା କହିଛନ୍ତି।

Share