ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ପ୍ରଥମ ରୋବଟିକ୍‌ ହ୍ୟାଣ୍ଡ
କାନପୁର: ଆଇଆଇଟି କାନପୁରର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ରୋବଟିକ ହ୍ୟାଣ୍ଡ୍‌ ବିକାଶ କରିଛନ୍ତି । ଷ୍ଟ୍ରୋକ୍‌ ପରେ ଯେଉଁମାନଙ୍କ ହାତ କାମ କରୁନି ସେମାନଙ୍କୁ ଏହା ସାହାଯ୍ୟ କରିବ । ଏହାର ପରୀକ୍ଷା ମଧ୍ୟ ଶେଷ ହୋଇଛି । ରୋବଟିକ ହ୍ୟାଣ୍ଡ୍‌ର ନାମ ରଖାଯାଇଛି ଏକ୍ସୋସ୍କେଲିଟନ୍‌। ଦୁଇ ଅଙ୍ଗୁଳିବିଶିଷ୍ଟ ଏହି ହ୍ୟାଣ୍ଡ୍‌ ଫୋର୍‌-ବାର୍‌ ମେକାନିଜିମ ବ୍ୟବହାର କରିପାରିବ ଏବଂ ଏହାର ଫୋର୍‌ ଡିଗ୍ରୀଜ ଅଫ୍‌ ଫ୍ରିଡମ୍‌ (ଡିଓଏଫ)ବି ରହିଛି। ଏକ୍ସୋସ୍କେଲିଟନ୍‌କୁ ବିକାଶ କରିବାରେ ମୁଖ୍ୟଭୂମିକା ନେଇଥିବା ପ୍ରଫେସର ଆଶିଷ ଦତ୍ତ ଓ ପ୍ରଫେସର କେ.ଏସ. ଭେଙ୍କଟେସ କହନ୍ତି,ପରାଲିସିସ୍‌ରେ ପୀଡିତ ଏହାକୁ ହାତରେ ଲଗାଇ ବ୍ରେନ୍‌ କମ୍ପ୍ୟୁଟର ଇଣ୍ଟରଫେସ୍‌ (ବିସିଆଇ) କୁ ମୁଣ୍ଡରେ ପିନ୍ଧିବାକୁ ହେବ। ଏହା ସାହାଯ୍ୟରେ ରୋବଟିକ ହ୍ୟାଣ୍ଡ୍‌ ବ୍ରେନ୍‌ ସିଗ୍‌ନାଲକୁ ଗ୍ରହଣ କରି କାମ କରିବ ଓ ବୃଦ୍ଧାଙ୍ଗୁଳି, ତର୍ଜନୀ ଓ ମଧ୍ୟମା ଅଙ୍ଗୁଳିକୁ ଖୋଲିବା ଓ ବନ୍ଦ କରିବାରେ ସାହାଯ୍ୟ କରିବ। ଏକ୍ସୋସ୍କେଲିଟନକୁ ମାଇକ୍ରୋକଣ୍ଟ୍ରୋଲର ଦ୍ୱାରା ନିୟନ୍ତ୍ରଣ କରାଯିବ ଓ ବ୍ୟାଟେରୀ ଦ୍ୱାରା ଚାଲିବ। ଏହାର ଦାମ ରଖାଯାଇଛି ୧୫,୦୦୦ ଟଙ୍କା। ଫିଙ୍ଗର ଟିପ୍‌ର ପ୍ରେସର ନିୟନ୍ତ୍ରଣ କରିବା ପାଇଁ ଏଥିରେ ଏକ ସେନ୍‌ସର ଲଗାଯାଇଛି। ଯଦି ପୀଡିତ ଅଙ୍ଗୁଳି ବନ୍ଦ କରିପାରିବେ ତେବେ ଡିଭାଇସ୍‌ ତାହାକୁ ସକାରାମତ୍କ ଭାବେ ଗ୍ରହଣ କରିନେବ। ନଚେତ ଏହା ବଳ ପ୍ରୟୋଗ କରି ବିସିଆଇ ନିର୍ଦ୍ଦେଶରେ ସିଗ୍‌ନାଲ ବ୍ୟବହାର କରି ଅଙ୍ଗୁଳିକୁ ବନ୍ଦ କିମ୍ବା ଚାଳନା କରିବ। ୨୦୧୮ରେ ଏହା ଲାଗି ଭାରତର ମାନବ ସମ୍ବଳ ବିକାଶ ବିଭାଗ ଓ ଦି ବ୍ରିଟିଶ କାଉନ୍‌ସିଲର ୫୫ ଲକ୍ଷର ପ୍ରୋଜେକ୍ଟକୁ ମଞ୍ଜୁରି ମିଳିଥିଲା। ରୋବଟିକ ହ୍ୟାଣ୍ଡକୁ ୟୁନିଭର୍ସିଟି ଅଫ୍‌ ଅଲଷ୍ଟର୍‌(ଇଂଲଣ୍ଡ)ର ମିଳିତ ଗବେଷଣାରେ ବିକାଶ କରାଯାଇଛି। ଏହି ଗବେଷଣା ସମ୍ବନ୍ଧୀୟ ତଥ୍ୟ ଜର୍ନାଲ ଅଫ୍‌ ନ୍ୟୁରୋ ସାଇନ୍ସ, ବାୟୋମେଡିକାଲ ଆଣ୍ଡ୍‌ ହେଲ୍‌ଥ ସାଇନ୍ସ,ହାପ୍‌ଟିକସ ଆଣ୍ଡ୍‌ ଇଞ୍ଜିନିୟରିଂ ଇନ୍‌ ଦି ମେଡିକାଲ ଆଣ୍ଡ୍‌ ବାୟୋଲୋଜି ସୋସାଇଟିରେ ପ୍ରକାଶ ପାଇଛି।

Share