Categories: ଫୁରସତ

ଆଇଆଇଟି ବୈଜ୍ଞାନିକମାନେ ବିକାଶ କଲେ ନୂଆ ଘୋଡ଼ାନାଲ

ଆଇଆଇଟି କାନପୁରର ଗବେଷକମାନେ ଘୋଡ଼ାନାଲ ନିର୍ମାଣ କରିବାର ଏକ ନୂଆଜ୍ଞାନ କୌଶଳ ବିକାଶ କରିଛନ୍ତି। ଏହିି ଜ୍ଞାନ କୌଶଳ ସମ୍ପର୍କରେ ଆଇଆଇଟି କାନପୁରର ପ୍ରାଧ୍ୟାପକ ଏନଏସ୍‌ ବ୍ୟାସ ଆୟୋଜିତ ଏକ କର୍ମଶାଳାରେ ପ୍ରକାଶ କରିଛନ୍ତି। ଆଇଆଇଟି କାନପୁରର ବୈଜ୍ଞାନିକ ସନ୍ଦିପ ସଙ୍ଗଲ ଓ କେ ଚନ୍ଦ୍ରଶେଖର ଏହି ନୂତନ ପ୍ରକାର ନାଲ ତିଆରି କରିଛନ୍ତି। ଏହି ନାଲ ଘୋଡ଼ାଖୁରାକୁ ସୁରକ୍ଷା ଦେବା ସହ ବେଶି ଦିନ ମଧ୍ୟ ବ୍ୟବହାର କରିହେବ । ଏହାକୁ ଘୋଡ଼ା ଖୁରାରେ ସହଜରେ ଲାଗାଯାଇପାରୁଛି। ସାଧାରଣ ଘୋଡ଼ାନାଲ ଏକ ସପ୍ତାହ ଯାଏ ଘୋଡ଼ାଖୁରାରେ ରହିବା ପରେ ନଷ୍ଟ ହୋଇଯାଉଥିବାବେଳେ ନୂଆ ନାଲଟି ୪ରୁ୫ ସପ୍ତାହ ଯାଏ ରହୁଛି।

Share