Categories: ଜାତୀୟ

ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ମିରଣ୍ଡା ହାଉସ ଶ୍ରେଷ୍ଠ କଲେଜ

ବେଙ୍ଗାଲୁର, ୧୧।୬: ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ବେଙ୍ଗାଲୁରର ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ୍‌ ଏବଂ ତୃତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି। ନ୍ୟାଶନାଲ ଇନଷ୍ଟିଚ୍ୟୁଟନାଲ୍‌ ର଼୍ୟାକିଂ ଫ୍ରେମଓ୍ବାର୍କ(ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶର ଶ୍ରେଷ୍ଠ କଲେଜ ତାଲିକାରେ ମିରଣ୍ଡା ହାଉସ ଶୀର୍ଷରେ ରହିଛି। ସେହିପରି ଶ୍ରେଷ୍ଠ ୩ ମେଡ଼ିକାଲ କଲେଜ ମଧ୍ୟରେ ଏମ୍ସ୍‌, ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର୍‌ ଏବଂ ବେଙ୍ଗାଲୁରର ଖ୍ରୀଷ୍ଟିଆନ ମେଡ଼ିକାଲ କଲେଜ ରହିଛି।

Share