ଆଇଆର୍‌ସିଟିସି ଆଇ-ମୁଦ୍ରା କାର୍ଡ ପାଇଁ ଜାରି ହେଲା ହେଲ୍ପ ଲାଇନ୍‌

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ଆଇଆର୍‌ସିଟିସି ଆଇ-ମୁଦ୍ରା କାର୍ଡ ସମ୍ପର୍କିତ ଠକେଇ ପାଇଁ ହେଲ୍ପ ଲାଇନ ଜାରି କରାଯାଇଛି। ଶନିବାର ୨୪ଘଣ୍ଟିଆ ହେଲ୍ପଲାଇନ ନଂ ୭୫୫୬୬୧୦୬୬୧ ଜାରି କରାଯାଇଛି। ଏହାସହ ଆଇଆରସିଟିସି ମୁଦ୍ରା ଓ୍ବେବସାଇଟରେ ମଧ୍ୟ ଅଭିଯୋଗ କରାଯାଇପାରିବ। ଆଇଆରସିଟିସି ଟିକଟ ବୁକିଂ ସମୟରେ କିମ୍ବା କୌଣସି ପେମେଣ୍ଟ ସମୟରେ ଠକେଇର ଶିକାର କିମ୍ବା ସେଭଳି ପରିସ୍ଥିତି ଉପୁଜିଲେ ୨୪ଘଣ୍ଟିଆ ହେଲ୍ପ ଲାଇନ ନଂରେ ଯୋଗାଯୋଗ କରିପାରିବେ। ସୂଚନାଯୋଗ୍ୟ, ଏହି ମୁଦ୍ରା କାର୍ଡଟି ପେମେଣ୍ଟ, ନଗଦ ଉଠାଣ, ଟଙ୍କା ପଠେଇବା ସହ ଅନ୍ୟାନ୍ୟ ବିଲ ପୈଠ ମଧ୍ୟ କରିହେବ। ଅଧିକାଂଶ ସମୟରେ ଟିକଟ ବୁକିଂ କରିବାବେଳେ ଯାତ୍ରୀଙ୍କ ମୁଦ୍ରା କାର୍ଡରୁ ଠକେଇ ଅଭିଯୋଗ ହେବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରେଳପଥର ଟିକଟ ଓ କ୍ୟାଟେରିଂ ପରିଚାଳନା ସଂସ୍ଥା ଏହି ମୁଦ୍ରା କାର୍ଡର ନିର୍ମାତା। ଏହି କାର୍ଡ ଦ୍ୱାରା ଯାତ୍ରୀ ତଥା ସାଧାରଣ ଲୋକେ ଡିଜିଟାଲ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ବିଭିନ୍ନ ସାହାଯ୍ୟ ପାଇପାରୁଛନ୍ତି।

Share