ଆଇଆର୍‌ସିଟିସି କମାଇବ ରେଳଭଡ଼ା : ମିଳିବ ଅନ୍‌ଲାଇନ ପେମେଣ୍ଟରେ ରିହାତି

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଆଇଆର୍‌ସିଟିସି କମାଇବାକୁ ଯାଉଛି ରେଳଭଡ଼ା। ପ୍ରତି ସଂରକ୍ଷିତ ଟିକେଟରେ ଆଦାୟ କରାଯାଉଥିବା ସେବା ଦେୟରେ ଏବେ ଯାତ୍ରୀଙ୍କୁ ରିହାତି ମିଳିବ। ଯାତ୍ରୀ ଟିକେଟ ବୁକିଂ କରିବା ସମୟରେ ଭୀମ୍‌ କିମ୍ବା ୟୁପିଆଇ ଜରିଆରେ ପେମେଣ୍ଟ କରିଲେ ଟିକେଟ ପିଛା ୫ ପ୍ରତିଶତ ରିହାତି ମିଳିବ। ଏଥିସହ ସୁବିଧା ଶୁଳ୍କରେ ମଧ୍ୟ ହ୍ରାସ ଘଟିବ। ନନ୍‌-ଏସି ଟିକେଟରେ ୧୦ ଟଙ୍କା ଏବଂ ଏସି ଟିକେଟରେ ୨୦ ଟଙ୍କା ସୁବିଧା ଶୁଳ୍କ ଆଦାୟ କରାଯିବ। ବର୍ତ୍ତମାନ ଆଇଆର୍‌ସିଟିସି ଟିକେଟ ପିଛା ନନ୍‌-ଏସିରେ ୧୫ ଟଙ୍କା ଏବଂ ଏସି ଟିକେଟରେ ୩୦ ଟଙ୍କା ସୁବିଧା ଶୁଳ୍କ ଆଦାୟ କରୁଛି। ଅନ୍‌ଲାଇନ/ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ବିଭାଗ ଏହି ନିଷ୍ପତ୍ତି ନେବାକୁ ଯୋଜନା କରୁଛି ବୋଲି ଜଣାପଡ଼ିଛି।

Share