ଆଇଆର୍‌ସିଟିସି ଶେୟାର ଦାମ୍‌ ହେଲା ଦୁଇଗୁଣାରୁ ଅଧିକ: ନିବେଶକ ମାଲାମାଲ୍‌

ନୂଆଦିଲ୍ଲୀ,୧୪।୧୦: ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେଶନ୍‌ (ଆଇଆର୍‌ସିଟିସି)ର ଶେୟାର ଦାମ୍‌ରେ ସୋମବାର ୧୦୧ ପ୍ରତିଶତ ପ୍ରିମିୟମ୍‌ ବୃଦ୍ଧି ପାଇ ଏହା ଇସ୍ୟୁ ଦାମ୍‌ ତୁଳନାରେ ଦୁଇଗୁଣାରୁ ଅଧିକ ହୋଇଯାଇଛି। ଏହାର ଇସ୍ୟୁ ଦାମ୍‌ ଶେୟାର ପିଛା ୩୨୦ଟଙ୍କା ଥିଲା। ତେବେ ଏହାର ଶେୟାର ଇତିମଧ୍ୟରେ ୬୪୪ ଟଙ୍କାରେ ବିଏସ୍‌ଇରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା ନିବେଶକ ମାଲାମାଲ୍‌ ହୋଇଛନ୍ତି। ସୋମବାର ପୂର୍ବାହ୍ନ ୧୦ଟା ୨୦ ସୁଦ୍ଧା ଏହାର ଶେୟାର ପିଛା ଦାମ୍‌ ୬୯୧ ଟଙ୍କା ଛୁଇଁଛି। ଏହାର ଆଇପିଓ ଅକ୍ଟୋବର ୪ରେ ବନ୍ଦ ହୋଇଥିଲା। କମ୍ପାନୀ ଏହାଦ୍ୱାରା ୬୪୫ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଥିଲା। ଏହା ବିଏସ୍‌ଇ ଏବଂ ଏନଏସ୍‌ଇରେ ପଞ୍ଜିକୃତ ହୋଇଛି। ଆଇଆର୍‌ସିଟିସ ୧୯୯୯ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା। ୨୦୦୮ରେ ଏହା ଭାରତ ସରକାରଙ୍କ ମିନି ରତ୍ନ କମ୍ପାନୀରେ ସ୍ଥାନୀତ ହୋଇଥିଲା।

Share