Categories: ଜାତୀୟ

ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ ଯବାନ ଶହୀଦ୍‌

ରାୟପୁର,୩୧।୭: ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ସେ ହେଉଛନ୍ତି ବିହାର ନାଳନ୍ଦା ଜିଲାର ବାସିନ୍ଦା ରୌଶନ କୁମାର। ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ବୁଧବାର ଭୋର ୬ଟା ସମୟରେ ଏହା ଘଟିଥିବା କୁହାଯାଉଛି। ବସ୍ତର ଜିଲାର ପୁଶପାଳ ୧୯୫-ସିଆରପିଏଫ ବାଟାଲିୟନ୍‌ ନିକଟରେ ଏହା ଘଟିଛି। ଏଠାରେ ମାଓବାଦୀଙ୍କ ବିରୋଧରେ ଜୋର୍‌ଦାର ଅପରେଶନ ଜାରି ରହିଛି।

Share