Categories: ଖେଳ

ଆଇଏଏଫ୍‌ ଦିବସ ପରେଡ୍‌ରେ ସଚିନ

ହିନଡନ, ୮।୧୦(ପି.ଟି.): ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଇଣ୍ଡିଆନ ଏୟାର ଫୋର୍ସ (ଆଇଏଏଫ୍‌) ଗ୍ରୁପ କ୍ୟାପଟେନ ପଦବୀ ପାଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଙ୍ଗଳବାର ଏଠାରେ ଅନୁଷ୍ଠିତ ୮୭ତମ ବାୟୁସେନା ଦିବସରେ ଯୋଗଦେଇଛନ୍ତି। ତାଙ୍କୁ ୨୦୧୦ରେ ଗ୍ରୁପ କ୍ୟାପଟେନ ର଼୍ୟାଙ୍କ ପ୍ରଦାନ କରାଯାଇଥିଲା। ଏଠାରେ ସେ ଆଇଏଏଫ୍‌ ୟୁନିଫର୍ମ ପିନ୍ଧି ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ତାଙ୍କ ସହ ପତ୍ନୀ ଅଞ୍ଜଳୀ, ଆର୍ମି ମୁଖ୍ୟ, ବାୟୁ ସେନା ମୁଖ୍ୟ ଓ ନେଭି ମୁଖ୍ୟ ଉପସ୍ଥିତ ଥିଲେ। ଏ ନେଇ ଟୁଇଟ୍‌ କରି ସଚିନ ସୂଚନା ଦେଇଛନ୍ତି। ସଭିଙ୍କୁ ବାୟୁ ସେନା ଦିବସରେ ଅନେକ ଅନେକ ଶୁଭେଚ୍ଛା। ଦେଶକୁ ସୁରକ୍ଷା ଦେଉଥିବା ପ୍ରତ୍ୟେକ ଯବାନଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ସ୍ବଚ୍ଛ ଓ ସୁସ୍ଥ ଭାରତ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବେ ବୋଲି ଆଶା କରୁଛି। ଜୟ ହିନ୍ଦ୍‌। ବାଲାକୋଟ ଆକ୍ରମଣରେ ସାମିଲ ଥିବା ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ପରେଡର ନେତୃତ୍ୱ ନେଇଥିଲେ।

Share