ଆଇଏଏସ୍‌ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ କେଉଁଠି ହେଲେ ଅବସ୍ଥାପିତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଇଏଏସ୍‌ ସ୍ତରରେ ଶୁକ୍ରବାର ଅଦଳବଦଳ କରାଯାଇଛି। ୨୦୦୪ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆର୍‌ଡିସି, ୨୦୦୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର ବସନ୍ତ କୁମାର ସେନାପତିଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ବିକାଶ ନିର୍ଦ୍ଦେଶକ, ୨୦୦୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟ ନିର୍ଦ୍ଦେଶକ ଏବଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ, ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭି.ଜୟକୁମାରଙ୍କୁ ଆୟୁଷ ନିର୍ଦ୍ଦେଶକ ଏବଂ ଡ. ଏନ୍‌. ଥିରୁମାଲା ନାୟକଙ୍କୁ ଶ୍ରମ କମିଶନର, ୨୦୧୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁଶ୍ରୀ ଆବୋଲି ସୁନୀଲ ନରଭଣେଙ୍କୁ ରାଉରକେଲାର ଅତିରିକ୍ତ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି।

Share