ଆଇଏଏସ୍‌ ବିଜୟ କେତନଙ୍କୁ ଜାମିନ

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ୨୦୦୯ ବ୍ୟାଚର ଆଇଏଏସ୍‌ ବିଜୟ କେତନଙ୍କୁ ଗିରଫ କରିଥିଲା। ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଏକ ବିଲ୍‌ ପାସ କରିବା ପାଇଁ ଉକ୍ତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେବେ ଗିରଫ ପରେ ତାଙ୍କୁ ଫସାଇ ଦିଆଯାଇଥିବା ବିଜୟ କହିଥିଲେ। ବିଜୟଙ୍କ ସହ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ମଧ୍ୟ ଗିରଫ ହୋଇଥିଲେ।

Share