ନୂଆଦିଲ୍ଲୀ,୪।୧୨: ଆଇଏନ୍ଏକ୍ସ୍ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କୁ ବୁଧବାର ସର୍ତ୍ତ ମୂଳକ ଜାମିନ୍ ମିଳିଛି। ସୁପ୍ରିମ୍କୋର୍ଟ ଜାମିନ୍ ଆବେଦନର ବିଚାର କରି ଏହାକୁ ମଞ୍ଜୁର କରିଛନ୍ତି। ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ସହିତ ଜଡ଼ିତଥିଲା। ପୂର୍ବରୁ ସିବିଆଇ ମାମଲାରେ ଚିଦାମ୍ବରମ୍ଙ୍କୁ ଜାମିନ୍ ମିଳିଥିଲା। ବ୍ୟକ୍ତିଗତ ୨ ଲକ୍ଷ ଟଙ୍କାର ମୁଚାଲିକାରେ ତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଜାମିନ୍ ଦେଇଛନ୍ତି। ତାଙ୍କୁ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଭ୍ରମଣ, ସାର୍ବଜନିକ ବୟାନ ଏବଂ ସାକ୍ଷାତକାର୍ ଦେବାକୁ ଅଦାଲତଙ୍କ ପକ୍ଷରୁ ବାରଣ କରାଯାଇଛି। ସୂଚନାଯୋଗ୍ୟ ଗତ ୧୦୬ ଦିନ ଧରି ସେ ନ୍ୟାୟିକ ହେପାଜତ୍ରେ ରହିଥିଲେ।