Categories: ଜାତୀୟ

ଆଇଏନ୍‌ଏକ୍ସ୍‌ ମାମଲା: ଇଡ଼ି ଅଧିକାରୀ ରାକେଶ ଆହୂଜାଙ୍କ ବଦଳି

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ୍‌ ମାମଲାରେ ଇଡ଼ିର ସହାୟକ ଯାଞ୍ଚ୍‌ ଅଧିକାରୀ ରାକେଶ ଆହୂଜାଙ୍କୁ ଗୁରୁବାର ବଦଳି କରାଯାଇଛି। ଇଡ଼ିରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏପରି କରାଯାଇଥିବା କୁହାଯାଉଛି। ତାଙ୍କୁ ଦିଲ୍ଲୀ ପୋଲିସକୁ ପୁଣି ଫେରାଇ ଅଣାଯାଇଛି। ୩ ସପ୍ତାହ ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବା ଇଡ଼ି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ରାକେଶଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ କରାଯିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Share