Categories: ଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଆବେଦନ ଖାରଜ: ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ବୁଧବାର ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ ନଭେମ୍ବର ୧୩ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ଇଡିର ଆବେଦନକୁ ଖାରଜ କରିଦେଇଛନ୍ତି। ଅର୍ଥାତ୍‌ ସେ ଏବେ ପୁଣି ୧୪ ଦିନ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ। ବୁଧବାର ତାଙ୍କ ହାଜତ ଅବଧି ଶେଷ ହୋଇଥିବା ବେଳେ ତାଙ୍କୁ ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ସମୟରେ ଇଡି ଆଉ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ବିଚାରପତି ଆବେଦନପତ୍ରକୁ ଖାରଜ କରିଦେଇଥିଲେ। ଏଥିସହ ଚିଦାମ୍ବରମ୍‌ଙ୍କୁ ଜେଲ୍‌ରେ ଘରର ରନ୍ଧାଖାଦ୍ୟ, ଔଷଧ, ୱେଷ୍ଟନର୍ର୍ ଟଏଲେଟ ଏବଂ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି କୋର୍ଟ ଅନୁମତି ଦେଇଛନ୍ତି। ଅନ୍ୟପଟେ ତାଙ୍କର ଜାମିନ ଆବେଦନକୁ ନେଇ ଗୁରୁବାର ଶୁଣାଣି କରାଯିବ ବୋଲି ଜଣାପଡିଛି।

Share