Categories: ଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ,୬ା୧୦: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅର୍ଥ ମନ୍ତ୍ରଣାଳୟର ୪ ପୂର୍ବତନ ଅଫିସରଙ୍କ ବିରୋଧରେ ମାମଲାକୁ ନେଇ ୭୧ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚିନ୍ତାବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ଉଦ୍‌ଯୋଗୀ ଓ ସଚ୍ଚୋଟ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ନିରୁତ୍ସାହିତ କରିବ ବୋଲି ସେମାନେ ଜଣାଇଛନ୍ତି। ଉକ୍ତ ପତ୍ରରେ ପୂର୍ବତନ କ୍ୟାବିନେଟ ସଚିବ କେ.ଏମ୍‌. ଚନ୍ଦ୍ରଶେଖର, ପୂର୍ବତନ ବହିର୍ବ୍ୟାପାର ସଚିବ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀ ସ୍ବାକ୍ଷର କରିଛନ୍ତି।

Share