Categories: ଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ,୧୮।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଶୁକ୍ରବାର ସିବିଆଇ ଦ୍ୱାରା ଚାର୍ଜସିଟ ଦାଖଲ କରାଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ୧୪ ଜଣଙ୍କ ନାଁ ଥିବା ଜଣାପଡିଛି। ଏହି ମାମଲା ଦିଲ୍ଲୀର ଏକ କୋର୍ଟରେ ୨୧ ଅକ୍ଟୋବର ସୋମବାର ଶୁଣାଣି ହେବ। ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଏହି ଚାର୍ଜସିଟରେ ପି,ଚିଦାମ୍ବରମଙ୍କ ବ୍ୟତିତ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଓ ପିଟର ମୁଖାର୍ଜୀଙ୍କୁ ବି ଅଭିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଚିଦାମ୍ବରମଙ୍କୁ ୭ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କଷ୍ଟଡିକୁ ପଠାଇ ଦେଇଥିଲେ।

Share