ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ‘ଲଗେ ରହୋ ମୁନ୍ନା ଭାଇ’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୨୩-୨୫ ମଧ୍ୟରେ ଆୟୋଜିତ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ବଲିଉଡ୍‌ ମୁଭି ‘ଲଗେ ରହୋ ମୁନ୍ନା ଭାଇ’। ଏହା ଦୃଷ୍ଟିହୀନଙ୍କ ପାଇଁ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି। ତେବେ କେବଳ ଅଡିଓ ମାଧ୍ୟମରେ ଏମାନେ ଫିଲ୍ମର ମଜା ଉଠାଇ ପାରିବେ ବୋଲି ସୂଚନା ରହିଛି। ବଲିଉଡ୍‌ ନିର୍ଦ୍ଦେଶକ ରାଜ କୁମାର ହିରାନିଙ୍କର ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ଥିବା ବେଳେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ ମଧ୍ୟ ଦୃଷ୍ଟିହୀନମାନଙ୍କୁ ମନୋରଞ୍ଜନ ଦେବ ବୋଲି କୁହାଯାଉଛି। ଏହି ଫିଲ୍ମ ମାଧ୍ୟମରେ ଗାନ୍ଧୀଙ୍କ ସମ୍ପର୍କରେ କିଛି ବାର୍ତ୍ତା ଦେବ ବୋଲି କୁହାଯାଉଛି।

Share