ଆଇଏଫ୍‌ଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍‌ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ ଅଧିକାରୀ ସୁରେଶ ପନ୍ଥଙ୍କୁ ପିସିସିଏଫ୍‌ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସୁରେଶ ବ୍ରହ୍ମପୁର ସର୍କଲର ଅତିରିକ୍ତ ପିସିସିଏଫ୍‌ ତଥା ଆରସିସିଏଫ୍‌ ଭାବେ କାର୍ଯ୍ୟ କରିଆସୁଥିଲେ। ସେହିଭଳି ୧୯୯୧ ବ୍ୟାଚ୍‌ର ଲିଙ୍ଗରାଜ ଓତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। ପ୍ରଶାନ୍ତ କୁମାର ମିଶ୍ରଙ୍କୁ ବ୍ରହ୍ମପୁର ସର୍କଲ ଆରସିସିଏଫ୍‌, ଦିବାକାର ମିଶ୍ରଙ୍କୁ ପିସିସିଏଫ୍‌(କେଏଲ୍‌)କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବଲାଙ୍ଗୀର ସର୍କଲର ଭାରପ୍ରାପ୍ତ ସିସିଏଫ୍‌(କେଏଲ୍‌), ମନୋଜ ମହାପାତ୍ରଙ୍କୁ ଭୁବନେଶ୍ୱର ସର୍କଲର ଭାରପ୍ରାପ୍ତ ଆରସିସିଏଫ୍‌ ଏବଂ ଭଞ୍ଜ କିଶୋର ସ୍ବାଇଁଙ୍କୁ ରାଉରକେଲା ସର୍କଲର ଭାରପ୍ରାପ୍ତ ଆରସିସିଏଫ୍‌ ଭାବେ ନିଯୁକ୍ତି ମିଳିଛି।

Share