ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟ ସରକାର ଭାରତୀୟ ବନ ସେବା (ଆଏଫ୍‌ଏସ୍‌) ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇଏଫ୍‌ଏସ୍‌ ଅଫିସର ପୁସା ଝୁଲେ ମେକ୍ରୋଙ୍କୁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ୧୯୯୩ ବ୍ୟାଚ୍‌ ପ୍ରେମକୁମାର ଝାଙ୍କୁ ଡବ୍ଲ୍ୟୁଏଫ୍‌ ଏବଂ ଓବିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେ ଔଷଧୀୟ ବୃକ୍ଷ ବୋର୍ଡ (ମେଡିସନାଲ ପ୍ଲାଣ୍ଟ ବୋର୍ଡ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଛନ୍ତି। ଏଥିସହିତ ତାଙ୍କୁ ସେଣ୍ଟର ଫର ଏନଭାଇରନମେଣ୍ଟ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଏମ. ଯୋଗଜୟାନନ୍ଦଙ୍କୁ ବାରିପଦାର ଆର୍‌ସିସିଏଫ୍‌ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ରୋହିତ କୁମାର ଲେଙ୍କାଙ୍କୁ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଚନ୍ଦ୍ର ଗୋଗିନାନୀଙ୍କୁ ଢେଙ୍କାନାଳ ଡିଏଫ୍‌ଓ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡି ଡିଏଫ୍‌ଓ, ଆଇଏଫ୍‌ଏସ୍‌ ଅଫିସର ସମ୍ରାଟ ଗୌଡଙ୍କୁ ଭୁବନେଶ୍ୱର ଓଏଫ୍‌ଡିସି ଜିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଖୁସ୍‌ଓ୍ବନ୍ତ ସିଂଙ୍କୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅତିରିକ୍ତ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିବେକ କୁମାରଙ୍କୁ ଖରିଆର ବନଖଣ୍ଡର ଡିଏଫ୍‌ଓ, ସାଏ କିରଣଙ୍କୁ ଶିମିଳିପାଳ ଉତ୍ତର ବନଖଣ୍ଡର ଡିଏଫ୍‌ଓ, ଆନନ୍ଦ ଏସ୍‌ଙ୍କୁ ଆଠମଲ୍ଲିକ ବନଖଣ୍ଡ ଡିଏଫ୍‌ଓ ଏବଂ ଲେଡେ ଗଜାନନ ଦାୟାନନ୍ଦଙ୍କୁ କରଞ୍ଜିଆ ବନଖଣ୍ଡର ଡିଏଫ୍‌ଓ ଭାବେ ନିଯୁକ୍ତି ଦିଆଯାଇଛି।

Share