Categories: ବାଣିଜ୍ୟ

ଆଇଏମ୍‌ଏଫ୍‌ ଏମ୍‌ଡି ପଦରୁ କ୍ରିଷ୍ଟିନ୍‌ ଲେଗାର୍ଡଙ୍କ ଇସ୍ତଫା

ଓ୍ବାଶିଂଟନ,୧୭-୭: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଏମ୍‌ଡି ପଦବୀରୁ କ୍ରିଷ୍ଟିନ ଲେଗାର୍ଡ ଇସ୍ତଫା ଦେଇଛନ୍ତି। ଆଇଏମ୍‌ଏଫ୍‌ ବୋର୍ଡକୁ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଥିବା ସେ ମଙ୍ଗଳବାର କହିଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ଆଇଏମ୍‌ଏଫ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଣ୍ଡଳୀ ଗ୍ରହଣ କରିଛନ୍ତି। ୧୨ ସେପ୍ଟେମ୍ବରଠାରୁ ତାଙ୍କର ଇସ୍ତଫାପତ୍ର କାର୍ଯ୍ୟକାରୀ ହେବ ବୋଲି ଲେଗାର୍ଡ ମଙ୍ଗଳବାର କହିଛନ୍ତି। ତାଙ୍କ ଇସ୍ତଫା ପରେ ଡେଭିଡ ଲିପ୍ଟନ ଅସ୍ଥାୟୀ ଏମ୍‌ଡି ଭାବେ କାର୍ଯ୍ୟ କରିବେ। ୟୁରୋପୀୟ ପରିଷଦ ତାଙ୍କୁ ୟୁରୋପୀଆନ ସେଣ୍ଟ୍ରାଲ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଛନ୍ତି। ଆଇଏମ୍‌ଏଫ୍‌ ଲାଗି ଲେଗାର୍ଡଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Share