Categories: ବାଣିଜ୍ୟ

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା;ରେଟିଂ ଏଜେନ୍ସି, ଅଡିଟର ସେବିର ଯାଞ୍ଚ ଘେରରେ

ନୂଆଦିଲ୍ଲୀ,୧୭-୬: ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ କମ୍ପାନୀର ମ୍ୟାନେଜମେଣ୍ଟ, ରେଟିଂ ଏଜେନ୍ସି, ଅଡିଟରଙ୍କ ସମ୍ପର୍କରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ(ସେବି) ଯାଞ୍ଚ କରୁଛି। ଏମାନଙ୍କ ବିରୋଧରେ ସେବି ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉପରୋକ୍ତ ଅଧିକାରୀମାନେ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଛି। ସେମାନେ କ୍ଷୁଦ୍ର ଶେୟାରଧାରୀଙ୍କ ହିତକୁ ଅଣଦେଖା କରି ନିୟମ ବହିର୍ଭୂତ କାର୍ଯ୍ୟ କରିଥିବା ଜଣାପଡିଛି। ନିୟାମକଙ୍କ ପକ୍ଷରୁ ତାଲିକାଭୁକ୍ତ କେତେକ କମ୍ପାନୀର ଭୂମିକା ସମ୍ପର୍କରେ ଯାଞ୍ଚ କରାଯାଉଛି। ପୂର୍ବରୁ ଋଣ ଫେରସ୍ତ କରି ନଥିବା କମ୍ପାନୀଗୁଡ଼ିକୁ ପୁନରାୟ ଋଣ ଦିଆଯାଇଥିବାର ପ୍ରମାଣ ମିଳିଛି। ଫଳରେ ଆଇଏଲ୍‌ଆଣ୍ଡଏଫ୍‌ଏସ ସଙ୍କଟଗ୍ରସ୍ତ ହେଲା ବୋଲି ସେ କହିଛନ୍ତି।

Share