Categories: ବାଣିଜ୍ୟ

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୨୦୨୫ ମଧ୍ୟଭାଗରେ ଆରମ୍ଭ ହେଉଥିବା ଏହି ଅଭିନବ ଓ ଅତ୍ୟାଧୁନିକ ପାଠ୍ୟକ୍ରମ ମାଧ୍ୟମରେ ଏକ ବିସ୍ତୃତ ଶିକ୍ଷା ଅନୁଭୂତି ପ୍ରଦାନ କରାଯିବ। ସେହିଭଳି ଏହି ପାଠ୍ୟକ୍ରମକୁ ଦ୍ରୁତ ବିକଶିତ ବ୍ୟବସାୟିକ ପରିଦୃଶ୍ୟ ଓ ଟେକ୍ନୋଲୋଜି ଉଦ୍ଭାବନଗୁଡିକର ଏକ ପ୍ରତିକ୍ରିୟା ଭାବେ ଡିଜାଇନ କରାଯାଇଛି। ଏପରିକି ଛାତ୍ରୀଛାତ୍ରମାନଙ୍କ ସୀମିତ କାର୍ଯ୍ୟ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ପିଜିପି ୱାଇଏଲ୍‌ ପାଠ୍ୟକ୍ରମକୁ ବିଜ୍‌ନେସ୍‌ ଡିଜାଇନ ଲ୍ୟାବ୍‌ ଓ ଏକ ଇନୋଭେଶନ ଲ୍ୟାବ୍‌ ସମେତ ଗୁରୁତ୍ୱପୂର୍ଣ୍ଣ ଅନୁଭୂତିଶୀଳ ଶିକ୍ଷା ଉପାଦାନଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଡିଜାଇନ କରାଯାଇଛି। ଏହାଛଡା ଛାତ୍ରୀଛାତ୍ରମାନଙ୍କୁ ଏକ ବାଧ୍ୟତାମୂଳକ ଦୁଇ-ମାସିଆ ସମର ଇଣ୍ଟର୍ନଶିପ୍‌ ସମ୍ପୂର୍ଣ୍ଣ କରିବାକୁ ପଡିବ,ଯାହା ସେମାନଙ୍କୁ ବିଭିନ୍ନସ୍ଥିତିରେ ବ୍ୟବସାୟିକ ପରିବେଶ ପ୍ରତି ପ୍ରାକ୍ଟିକାଲ ଏକ୍ସପୋଜର ପ୍ରଦାନ କରିବ। ପିଜିପି ୱାଇଏଲ୍‌ ପ୍ରୋଗ୍ରାମରେ ଛାତ୍ରୀଛାତ୍ରମାନଙ୍କୁ ଆଇଏସ୍‌ବି ଓ ଅନ୍ୟ ଶୀର୍ଷ ଇଣ୍ଟରନ୍ୟାଶନାଲ ବି-ସ୍କୁଲଗୁଡିକରୁ ପ୍ରତିଷ୍ଠିତ ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ।
ଏ ସମ୍ପର୍କରେ ଆଇଏସ୍‌ବିର ଡିନ୍‌ ପ୍ରଫେସର ମଦନ ପିଲୁଟ୍‌ଲା କହିଛନ୍ତି, ୨୦୦୧ ରେ ଆମର ଆରମ୍ଭ ପରଠାରୁ ଆଇଏସ୍‌ବି ଭାରତ ଓ ସମଗ୍ର ବିଶ୍ୱ ପାଇଁ ଲିଡର ସୃଷ୍ଟି କରିବା ଲାଗି ବିଶ୍ୱସ୍ତରୀୟ ମ୍ୟାନେଜମେଣ୍ଟ୍‌ ଶିକ୍ଷା ପ୍ରଦାନ କରିଆସୁଛି।

Share