Categories: ଜାତୀୟ

ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ଭାଜପା ଏବଂ ବଜରଙ୍ଗ ଦଳ: ଦିଗ୍‌ବିଜୟ ସିଂ

ନୂଆଦିଲ୍ଲୀ,୧।୯: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦିଗ୍‌ବିଜୟ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନ୍‌ଙ୍କ ଅପେକ୍ଷା ଅଣ-ମୁସଲମାନ୍‌ ଅଧିକ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ଭାଜପା ଏବଂ ବଜରଙ୍ଗ ଦଳର ସଦସ୍ୟ ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରି ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଦିଗ୍‌ବିଜୟ। ଏହା ସହିତ ଭାରତର ସଙ୍କଟ ଜନକ ଅର୍ଥବ୍ୟବସ୍ଥା ପାଇଁ ଦିଗ୍‌ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି।

Share