Categories: ଜାତୀୟ

ଆଇଏସ୍‌ଆଇ ଇସାରାରେ ଜୈଶ୍‌-ଲଶ୍କର ଓ ଅଲ୍‌-ଉମର ଭାରତରେ ଆକ୍ରମଣ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର: ଆଇବି ରିପୋର୍ଟ

ନୂଆଦିଲ୍ଲୀ,୩।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଦେଶର ପ୍ରମୁଖ ସହର ଉପରେ ଆକ୍ରମଣ ପାଇଁ ଆଇଏସ୍‌ଆଇ ଇସାରାରେ ଜୈଶ୍‌-ଇ-ମହମ୍ମଦ୍‌, ଲଶ୍କର-ଇ-ତୋଏବା ଓ ଅଲ୍‌-ଉମର-ମୁଜାହିଦ୍ଦିନ୍‌ ଆଦି ସଂଗଠନ ପକ୍ଷରୁ ଆତ୍ମଘାତୀ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଇଣ୍ଟେଲଜେନ୍ସ ବ୍ୟୁରୋ(ଆଇବି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏସ୍‌ଆଇ ପକ୍ଷରୁ ଅଲ୍‌-ଉମର-ମୁଜାହିଦ୍ଦିନ୍‌କୁ ପୋଷ୍ଟର ବୟ ଭାବେ ସ୍ଥାନୀୟ କରାଯାଇ ଏହା ଉପରେ ଗୁରୁ ଦାୟିତ୍ୱ ଦିଆଯାଇଛି। ପାର୍ବଣ ଋତୁରେ ଜନଗହଳି ସ୍ଥାନରେ ଆଇଇଡ଼ି ବିସ୍ଫୋରଣ ପାଇଁ ଆଇଏସ୍‌ଆଇ ପକ୍ଷରୁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି ବୋଲି ଆଇବି ରିପୋର୍ଟରେ ଦର୍ଶାଯାଇଛି।

Share