Categories: ଖେଳ

ଆଇଏସ୍‌ଏଲ୍‌: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି। ସୋମବାର ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କୌଣସି ଗୋଲ ଦେଇପାରି ନ ଥିଲେ। ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ମ୍ୟାଚ୍‌ ଡ୍ର ରହିଥିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ରବିବାରଠାରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ର ଉଦ୍‌ଘାଟନୀ ମୁକାବିଲାରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ଏଟିକେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ୩ ପଏଣ୍ଟ ପାଇ କେରଳ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସେହିପରି ୧ ପଏଣ୍ଟ ପାଇ ବେଙ୍ଗାଲୁରୁ ଦ୍ୱିତୀୟ ଓ ନର୍ଥ ଇଷ୍ଟ ତୃତୀୟ ସ୍ଥାନରେ ରହିଛି।

Share