Categories: ଖେଳ

ଆଇଏସ୍‌ଏଲ୍‌: ହାଇଦ୍ରାବାଦ- ବେଙ୍ଗାଲୁରୁ ମ୍ୟାଚ୍‌ ଡ୍ର

ହାଇଦ୍ରାବାଦ, ୩୦।୧୧(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ହାଇଦ୍ରାବାଦ ଏଫ୍‌ସି ଓ ବେଙ୍ଗଲୁର ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ତରଫରୁ ସୁନୀଲ ଛେତ୍ରୀ ଦ୍ୱିତୀୟ ମିନିଟ ଗୋଲ ଦେଇଥିଲେ। ମ୍ୟାଚ୍‌ର ଅନ୍ତିମ ମୁହୂର୍ତ୍ତରେ ହାଇଦ୍ରାବଦ ତରଫରୁ ଇଞ୍ଜୁରି ଟାଇମ୍‌ର ଦ୍ୱିତୀୟ ମିନିଟରେ ରବିନ୍‌ ସିଂ ସ୍କୋର ଗୋଲ ପରିଶୋଧ କରିବା ସହ ମ୍ୟାଚ୍‌କୁ ଡ୍ର ରଖିଥିଲେ।

Share