Afghan National Army (ANA) prepare for an operation against insurgents in Khogyani district of Nangarhar province, Afghanistan November 28, 2017. REUTERS/Parwiz
ଦାମାସ୍କସ୍,୨୧।୪: ଆଇଏସ୍ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍ ତଥା ଅଲ୍ କାଏଦା ଆତଙ୍କବାଦୀଙ୍କ ଆକ୍ରମଣରେ ସୈନ୍ୟମାନଙ୍କର ଗତ ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଗତ ଗୁରୁବାର ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୨୭ ଥିଲା। ସୂଚନାଯୋଗ୍ୟ, ସିରିଆରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଖୁବ୍ ଶୀଘ୍ର ସମଗ୍ର ଅଞ୍ଚଳକୁ ଆତଙ୍କବାଦ ମୁକ୍ତ କରାଯିବ ବୋଲି ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି।