ଆଇଏସ୍‌ ମୁଖ୍ୟ ବଗଦାଦି ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍‌ରେ ଉଡ଼ାଇଲେ: ଟ୍ରମ୍ପ୍‌

ଓ୍ବାଶିଂଟନ,୨୮।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ୩ ସନ୍ତାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟ୍‌ରେ ଉଡ଼ାଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ସିରିଆରେ ହୋଇଥିବା ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ଏହି ଅପରେଶନ୍‌ରେ ବହୁ ଆଇଏସ୍‌ କମାଣ୍ଡର ଓ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଟ୍ରମ୍ପ୍‌ ଟୁଇଟ୍‌ କରି କହିଛନ୍ତି। ଏକ ଗୁମ୍ଫା ମଧ୍ୟରେ ବଗଦାଦି ଥିବାବେଳେ ଏହାକୁ ଆମେରିକା ସୈନ୍ୟ ଘେରି ଯାଇଥିଲେ। ଗୁମ୍ଫା ଭିତରକୁ ଡଗ୍‌ ସ୍କ୍ବାଡ୍‌କୁ ପଠାଯାଇଥିଲା। କୁକୁରମାନେ ବଗଦାଦିଙ୍କୁ ଗୋଡ଼ାଇଥିଲେ। ବଗଦାଦି ନିଜ ୩ ସନ୍ତାନଙ୍କ ସହିତ ଗୁମ୍ଫାରେ ଦୌଡ଼ିଥିଲେ। ତେବେ ଶେଷରେ କୌଣସି ଉପାୟ ନ ପାଇ ସେ ଏକ ଆତ୍ମଘାତୀ ଜ୍ୟାକେଟ୍‌ରେ ସନ୍ତାନଙ୍କ ସହିତ ନିଜକୁ ଉଡ଼ାଇଦେଇଥିଲେ ବୋଲି ଟ୍ରମ୍ପ୍‌ କହିଛନ୍ତି।

Share