Posted inଖେଳ

ଆଇଓସି ଦେଲା ଅତିରିକ୍ତ ୨୫ ମି. ଡଲାର

ଲାଉସେନ,୨୫।୪ (ଏପି): କୋଭିଡ୍‌ -୧୯ ମହାମାରୀ ରୂପ ନେଇଥିବା ବେଳେ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଫଳରେ ଆଥଲେଟ୍‌ ଓ ବିଭିନ୍ନ ଦଳଗୁଡିକର ଆର୍ଥିକ ସମସ୍ୟାରେ ପଡିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହାକୁ ହୃଦୟଙ୍ଗମ କରି ଆଥ୍‌ଲେଟ ଓ ଟିମ୍‌ଗୁଡିକୁ ୨୫ ମିଲିୟନ ଡଲାରରୁ ଊର୍ଦ୍ଧ୍ୱ ଅର୍ଥ ପ୍ରଦାନ କରିଛି।
୨୦୨୧ ଅଲିମ୍ପିକ୍ସରେ ଆୟୋଜନ ହେବାକୁ ଯାଉଥିବା ବେଳେ ଯେଉଁ ଦେଶଗୁଡିକ କ୍ରୀଡ଼ା ପାଇଁ ଅପେକ୍ଷାକୃତ କମ୍‌ ଅର୍ଥ ପ୍ରଦାନ କରିଥାନ୍ତି ସେହି ଦେଶର ଆଥ୍‌ଲେଟଙ୍କ ପାଇଁ ଅତିରିକ୍ତ ୧୫ ମିଲିୟନ ଅର୍ଥ ପ୍ରଦାନ କରାଯିବ ବୋଲି ଆଇଓଏ କହିଛି। ଫଳରେ ଏହାଦ୍ୱାରା ୧୮୫ଟି ଦେଶର ୧,୬୦୦ ଆଥ୍‌ଲେଟ ଲାଭବାନ ହୋଇପାରିବେ। ସେହିପରି ୧୦ ମିଲିୟନ ଡଲାରରୁ ଅଧିକ ଅର୍ଥ ବିଭିନ୍ନ ଦେଶର ଅଲିମ୍ପିକ୍‌ ଆସୋସିଏଶନକୁ ମିଳିବ। ବିଭିନ୍ନ ଅଫିସିଆଲଙ୍କ ଯାତ୍ରା, ରହଣି ଓ ପରିଚାଳନାଗତ ବ୍ୟୟଜନିତ ଅତିରିକ୍ତ ଖର୍ଚ୍ଚ ତୁଲାଇବାରେ ଏହି ଅର୍ଥ ବିନିଯୋଗ କରାଯିବ। ଅଲିମ୍ପିକ୍‌ ସଲିଡାରିଟି ପ୍ରୋଗ୍ରାମ ମାଧ୍ୟମରେ ଏହି ପରିମାଣର ଅର୍ଥ ପ୍ରଦାନ କରାଯିବ। ୨୦୬ ଜାତୀୟ ଅଲିମ୍ପିକ୍ସ ଟିମ୍‌ ଓ ରେଫ୍ୟୁଜି ଟିମ୍‌ଗୁଡିକୁ ସାହାଯ୍ୟ କରିବା ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ ରହିଛି। ଏହି ଟିମ୍‌ଗୁଡିକ ଅଲିମ୍ପିକ୍ସକୁ ଆଥ୍‌ଲେଟମାନଙ୍କୁ ଅଂଶଗ୍ରହଣ ପାଇଁ ପଠାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri