ଆଇଟମ୍‌ ସଙ୍ଗକୁ ନେଇ କ’ଣ କହିଲେ କ୍ରିତି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ପାଇଁ ନଜର ଆସିଥିଲେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନାୟିକା କ୍ରିତି ସାନନ୍‌। ଆଇଟମ୍‌ ସଙ୍ଗରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କୁ ଆଇଟମ୍‌ ସଙ୍ଗ ଉପରେ କିଛି ପ୍ରଶ୍ନ କରାଯିବାରୁ ସେ ବଡ ଚମତ୍କାର ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି। କ୍ରିତି କହିଛନ୍ତି ଆଇଟମ୍‌ ସଙ୍ଗ ଫିଲ୍ମରେ ମନୋରଞ୍ଜନ ଦେଇଥାଏ। ଏହା ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କାରଣ ଆଇଟମ୍‌ ସଙ୍ଗ ହେଉଛି ପ୍ରକୃତ ମନୋରଞ୍ଜନ। ଦର୍ଶକେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ତେଣୁ ଏହାକୁ ନେଇ ଜଣେ ଅଭିନେତା ବା ଅଭିନେତ୍ରୀଙ୍କ ଦକ୍ଷତା ଉପରେ କାହିଁକି ପ୍ରଶ୍ନ କରାଯାଏ ତାହା ଆଶ୍ଚର୍ଯ୍ୟର କଥା ବୋଲି ସେ କହିଛନ୍ତି। କ୍ରିତିଙ୍କ କହିବା କଥା ହେଲା ଯେତେବେଳେ ଜଣେ ନାୟିକା ସେହି ଗୀତରେ ପରଫର୍ମ କରୁଛନ୍ତି ସେତେବେଳେ ତାକୁ ଆଇଟମ୍‌ ସଙ୍ଗ କହିଁକି କୁହାଯାଉ ନାହିଁ। ଏମିତିକି ୩ଖାଁଙ୍କ ନାଁ ନେଇ କ୍ରିତି କହିଛନ୍ତି ମଜାଦାର ସଙ୍ଗରେ ଏମାନଙ୍କ ଅଭିନୟକୁ ମଧ୍ୟ ଦର୍ଶକେ କାହିଁକି ଆଇଟମ୍‌ କୁହନ୍ତିନି ତାହା ବି ବଡ ଆଶ୍ଚର୍ଯ୍ୟଜନକ କଥା। ହେଲେ ଯାହା ବି ହେଉ ‘କଳଙ୍କ’ ମୁଭିରେ କ୍ରିତିଙ୍କ ଆଇଟମ୍‌ ନମ୍ବର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଆଗକୁ ମଧ୍ୟ ସେ ଏପରି ଆଇଟମ୍‌ ସଙ୍ଗ କରିପାରନ୍ତି ବୋଲି କହିଛନ୍ତି।

Share