ଆଇଟିଆଇ ପ୍ରଶାସନକୁ ଦେବ ମାସ୍କ

ବ୍ରହ୍ମପୁର ଅଫିସ,୮ା୪-କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆଂଶିକ ଶଟ୍‌ଡାଉନ୍‌ ଜାରି ରହିଛି। ଘରୁ ବାହାରିବା ବେଳେ ମାସ୍କ ବ୍ୟବହାରକୁ ମଧ୍ୟ ପ୍ରଶାସନ ବାଧ୍ୟତାମୂଳକ କରିଛି। ଅନ୍ୟପକ୍ଷରେ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଏହାକୁ ପୂରଣ କରିବାକୁ ନେଇ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠାନ ସିଲେଇ ଟ୍ରେଡର ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରୀମାନେ ମାସ୍କ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ କଟନ କପଡାରେ ଏହି ମାସ୍କ ପ୍ରସ୍ତୁତ କରାଯାଉଛି । ଏଥିରେ ବିଭାଗର ୧୦ ଜଣ ପୁରାତନ ଛାତ୍ରୀ ଓ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ଅନୁଷ୍ଠାନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦୦ ମାସ୍କ ପ୍ରସ୍ତୁତ କରି ପ୍ରଶାସନକୁ ହସ୍ତାନ୍ତର କରାଯିବାକୁ ଯୋଜନା ରଖାଯାଇଥିବା ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚାଇଛନ୍ତି।

Share