ଆଇଟିଆଇ ପ୍ରସ୍ତୁତ କଲା କୋଭିଡ୍‌-୧୯ ସୁରକ୍ଷା କବଚ

ବ୍ରହ୍ମପୁର ଅଫିସ,୨୮ା୪-କୋଭିଡ୍‌-୧୯(କରୋନା)ଭାଇରସ ସଂକ୍ରମଣକୁ ରୋକିବା ତଥା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ସୁରକ୍ଷା କବଚ ା ବର୍ତ୍ତମାନ କୋଭିଡ୍‌-୧୯ର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତର ଆକ୍ରାନ୍ତ ହେଉଥିବା ଦୃଷ୍ଟିକୁ ଆସୁଛି ା ଏହାକୁ ଏଡାଇବା ତଥା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ପ୍ରଦାନ ନେଇ ଆଇଟିଆଇ ପକ୍ଷରୁ ଏରୋସଲ ବକ୍ସ, ଫେସ୍‌ ସିଲ, ମୋବାଇଲ୍‌ କୋଭିଡ୍‌ ସାମ୍ପୁଲ କଲେକ୍ସନ କିଓସ୍କ ପ୍ରମୁଖ ତିନୋଟି ସୁରକ୍ଷା କବଚ ପ୍ରସ୍ତୁତ କରାଯାଇଛି ା ଅନୁଷ୍ଠାନର ବିଭିନ୍ନ ବିଭାଗର ଶିକ୍ଷକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ା ତେବେ ସେଥିମଧ୍ୟରୁ ଚିକିତ୍ସା ତଥା ସ୍ବାବ୍‌ ନମୁନା ସଂଗ୍ରହ ବେଳେ ସଂକ୍ରମିତଙ୍କଠାରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ନେଇ ଏରୋସଲ ବକ୍ସ ପ୍ରସ୍ତୁତ କରାଯାଇଛି, ଯାହା ୪ ଏମ୍‌ଏମ୍‌ ଟ୍ରାନ୍ସପରେଣ୍ଟ ଏକ୍ରିଲିକ୍‌ ସିଟ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି। ଡାକ୍ତରମାନେ ଏରୋସଲ ବକ୍ସ ବ୍ୟବହାର କରି ସଂକ୍ରମଣରୁ ନିଜକୁ ରକ୍ଷା କରି ସଂକ୍ରମିତଙ୍କ ଚିକିତ୍ସା କରିପାରିବେ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚାଇଛନ୍ତି ା ସେହିପରି ସ୍ବାସ୍ଥ୍ୟ ସେବା ତଥା କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ, ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଭାଇରସ୍‌ ସଂକ୍ରମଣରୁ ସୁରକ୍ଷା ନିମିତ୍ତ ଫେସ୍‌ ସିଲ୍ଡ ପ୍ରସ୍ତୁତ କରାଯାଇଛି ା ଯାହାର ମୂଲ୍ୟ ମାତ୍ର ୧୧ ଟଙ୍କା ରହିଥିବା ବେଳେ ଏହାଦ୍ୱାରା ମନୁଷ୍ୟର ମୁହଁ ସମ୍ପୂର୍ଣ୍ଣ ଘୋଡାଇ ହୋଇ ରହିବ ା ଏଥିରେ ଫୋମ୍‌ ଲାଇନିଂ ବ୍ୟବହାର କରାଯାଇଥିବାରୁ ବ୍ୟକ୍ତି ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ମୁହଁରେ ଲଗାଇ ରଖିପାରିବ ା ଏହା ବ୍ୟତୀତ ରୋଗୀଙ୍କୁ ସ୍ପର୍ଶ ବିନା ନମୁନା ସଂଗ୍ରହ ନିମିତ୍ତ ମଧ୍ୟ ଏକ ମୋବାଇଲ କୋଭିଡ୍‌ ସାମ୍ପୁଲ କଲେକ୍ସନ କିଓସ୍କ ପ୍ରସ୍ତୁତ କରାଯାଇଛି ତେବେ ଆଗାମୀ ଦିନରେ ରାଜ୍ୟରେ ରହିଥିବା କୋଭିଡ୍‌-୧୯ ହସ୍‌ପିଟାଲକୁ ଏରୋସଲ ବକ୍ସ ଯୋଗାଇ ଦିଆଯିବାକୁ ଯୋଜନା ରହିଥିବା ବେଳେ ଆସନ୍ତା ଗୁରୁବାର ଅନ୍‌ଲାଇନ୍‌ ଯୋଗେ ଭାରତର ସମସ୍ତ ଆଇଟିଆଇକୁ ଏରୋସଲ ବକ୍ସ ପ୍ରସ୍ତୁତି ପ୍ରଣାଳି ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଭାରତର ସଂକ୍ରମିତ ରାଜ୍ୟରେ ଥିବା କୋଭିଡ୍‌-୧୯ ହସ୍‌ପିଟାଲରେ ଏହାକୁ ଉପଲବ୍ଧ କରାଇବା ନେଇ ପ୍ରୟାସ କରାଯିବ ବୋଲି ଅଧ୍ୟକ୍ଷ ପାଣିଗ୍ରାହୀ କହିଛନ୍ତି ା

Share