ମାଲକାନଗିରି,୯।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଲ୍ୟବନ୍ତ ଦେଶିଆ ନାଟ୍ୟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କ ବଦଳି ବାତିଲ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନର ସଭାପତି ଅନାଦି କଡ଼ା, ସମ୍ପାଦକ ଧାନଫୁଲ ବାରିକ ଓ ଧନୁର୍ଜୟ ହନ୍ତାଳଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବାରୁ ଏହାର କଳା, ସଂସ୍କୃତି ସହ ପରିିଚିତ ହେବାକୁ ଜଣେ ଅଧିକାରୀଙ୍କୁ ବହୁ ସମୟ ଲାଗିବ। କିନ୍ତୁ ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ଇତିମଧ୍ୟରେ ଜିଲା ସହ ଜଡ଼ିତ ରହି ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଆସୁଥିବା ବେଳେ କଳା ସଂସ୍କୃତି ସହ ପରିଚିତ ହୋଇଛନ୍ତି। ତେଣୁ ତାଙ୍କ ବଦଳି ଆଦେଶ ବାତିଲ ପାଇଁ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।