Categories: ଜାତୀୟ

ଆଇଟିବିପି କ୍ୟାମ୍ପରେ ଥିବା ୪୦୬ ଜଣଙ୍କ ରକ୍ତ ନୁମନା ନେଗେଟିଭ

ନୂଆଦିଲ୍ଲୀ,୯।୨: ଚାଇନାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସେମାନଙ୍କୁ ଆଇଟିବିପି ଯବାନଙ୍କ ଦ୍ୱାରା ପ୍ରସ୍ତୁତ କ୍ୟାମ୍ପରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୦୬ ଜଣଙ୍କ ରକ୍ତ ନମୁନା କରୋନାଭଇରସରେ ସଂକ୍ରମିତ କି ନା ଯାଞ୍ଚ ପାଇଁ ପଠାଯାଇଥିଲା। ଏବେ ଆସିଥିବା ରିପୋର୍ଟରୁ ଜଣାପଡିଛି କି ସମସ୍ତ ୪୦୬ ରକ୍ତ ନମୁନା ନେଗେଟିଭ ରହିଛି। ଏବେ ଏମାନଙ୍କ ପାଖରେ କରୋନାଭାଇରସର କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ। ଉକ୍ତ କ୍ୟାମ୍ପରେ ୪ ଆଇସୋଲେଶନ ବେଡ ଥିବା ବେଳେ ୪ଟି କ୍ରିଟିକାଲ କେୟାର ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି। ସୂଚନାଯୋଗ୍ୟ, କରୋନାଭାଇରସରେ ଏବେସୁଦ୍ଧା ଚାଇନାରେ ୮୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୩୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ଅଛନ୍ତି। ଏହାକୁ ଦେଖି ବିଭିନ୍ନ ଦେଶର ନାଗରିକମାନଙ୍କୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରାଇ ନିଆଯାଉଛି।

Share