ଆଇଟିବିପି ଯବାନଙ୍କ ଯୋଗାଭ୍ୟାସ

ଶ୍ରୀନଗର,୧୯।୬: ଅନ୍ତର୍ଜାତୀୟ ଯୋଗ ଦିବସ ଆସନ୍ତା ୨୧ରେ ଆୟୋଜିତ ହେବ। ଏହାକୁ ନେଇ ସାରା ବିଶ୍ୱରେ ପ୍ରସ୍ତୃତି ଜୋରସୋରରେ ଚାଲିଥିବା ବେଳେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ବୁଧବାର ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆଇଟିବିପି ଯବାନମାନେ ଯୋଗାଭ୍ୟାସ କରିଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶର ବସରରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଇଟିବିପିର ଯବାନମାନେ ଯୋଗ ଅଭ୍ୟାସ ପାଇଁ ସ୍ବତନ୍ତ୍ର ପ୍ରସ୍ତୃତି କରିଛନ୍ତି। ଏଠାରେ ଯବାନମାନେ ବହୁ ଉତ୍ସାହର ସହ ଯୋଗଭ୍ୟାସ କରିଥିବା ଦେଖିବାକୁ ମିଳିଛି।

Share