ଆଇଟିର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା-ୟୁପି, ୨ ରାଜ୍ୟର ଆଇଟି ମନ୍ତ୍ରୀଙ୍କ ସାକ୍ଷାତ

ଭୁବନେଶ୍ୱର,୫।୧(ବ୍ୟୁରୋ): ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶା ଏବଂ ଉତ୍ତର ପ୍ରଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଉଭୟ ରାଜ୍ୟର ଆଇଟି ବିଭାଗ ମନ୍ତ୍ରୀଙ୍କ ମଧ୍ୟରେ ଏନେଇ ଏକ ସୌଜନ୍ୟମୂଳକ ସାକ୍ଷାତ ଅନୁଷ୍ଠିତ ହୋଇଯାଇଛି। ୟୁପି ଆଇଟି ରାଷ୍ଟ୍ରମନ୍ତ୍ରୀ ଅଜିତ ସିଂ ପାଲ୍‌ ତାଙ୍କର ଓଡ଼ିଶା ପ୍ରତିପକ୍ଷ ତୁଷାରକାନ୍ତିଙ୍କ ସହ ଆଇଟିଇଏସ୍‌ ଏବଂ ଇଏସ୍‌ଡିଏମ୍‌ ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି। କିପରି ଭାବେ ଉଭୟ ରାଜ୍ୟ ମିଳିତ ହୋଇ କାର୍ଯ୍ୟ କରିପାରିବେ ସେ ବିଷୟରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି। ସାକ୍ଷାତ ପରେ ୟୁପି ଆଇଟି ମନ୍ତ୍ରୀ କହିଛନ୍ତି ଯେ, ଆୟତନ ଦୃଷ୍ଟିରୁ ଛୋଟ ହୋଇଥିଲେ ମଧ୍ୟ ଓଡ଼ିଶା ଖୁବ୍‌ କମ ଦିନ ମଧ୍ୟରେ ଆଇଟି କ୍ଷେତ୍ରରେ ଯଥେଷ୍ଟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଆଇଟି-ଇକୋ ସିଷ୍ଟମ୍‌ର ଉନ୍ନତୀକରଣ, ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି, ସମସ୍ତ ସରକାରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିର ଭରପୂର ଉପଯୋଗ ଉପରେ ମିଶିକରି ଆଗକୁ ବଢ଼ିବା ଉପରେ ଅଜିତ ଗୁରୁତ୍ୱାରୋପ କରିଥିଲେ ା

Share