Categories: ବାଣିଜ୍ୟ

ଆଇଟିସିର ନୂଆ ବି’ନାଚୁରାଲ ଉନ୍ମୋଚନ

ମୁମ୍ବାଇ,୧୫-୫: ପ୍ରମୁଖ କମ୍ପାନୀ ଆଇଟିସିର ଫୁଡ ଡିଭିଜନ ପକ୍ଷରୁ ଏହାର ବିନାଚୁରାଲ ରେଞ୍ଜରେ ଫ୍ରୁଟ ବେଭରେଜ ପ୍ରଡକ୍ଟ ବଜାରକୁ ଆସିଛି। ଏହା ପ୍ରିମିୟମ ଫ୍ରୁଟ ବେଭରେଜ ରେଞ୍ଜରେ ଆସୁଥିବା ବେଳେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କମ୍ପାନୀର ଡେରୀ ଏବଂ ବେଭରେଜ ବିଜନେସ ସିଓଓ  ସଞ୍ଜୟ ସିଂଘଲ ଏହାର ଉନ୍ମୋଚନ କରିଥିଲେ। ଏହି ବୋତଲ ଗୁଡିକ ପରିବେଶ ଉପଯୋଗୀ। ନୂଆ ରେଞ୍ଜରେ ହିମାଳୟାନ ମିକ୍ସ ଫ୍ରୁଟ, ରତ୍ନଗିରି ଆଲଫୋନସୋ ଏବଂ ଦକ୍ଷିନ ପିଙ୍କ ଗୌଭା ଭଳି ଭାରିଆଣ୍ଟ ସାମିଲ ରହିଛି। ଏଗୁଡିକର ବଜାର ଦର ୪୦ ଟଙ୍କା ରହିଛି। ଏହି ପ୍ରଡକ୍ଟରେଞ୍ଜ ସ୍ବତନ୍ତ୍ର ହୋଇଥିବା ବେଳେ ଏହାକୁ ଅତ୍ୟାଧିନିକ ଟେକ୍ନୋଲୋଜି ସହ ପ୍ରସ୍ତୁତ କରାଯାଇଛି ବୋଲି ସିଓଓ ସଞ୍ଜୟ ସିଂଘଲ କହିଛନ୍ତି।

Share