ଭୁବନେଶ୍ୱର,୨୧।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତା ଖୋଲିବା ପାଇଁ ମୋବାଇଲ ଏବଂ ଓ୍ବେବ ଭିତ୍ତିକ ଇଣ୍ଟରଫେସକୁ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ଆଧାର,କ୍ୟୁ ଆର୍ କୋଡ ବ୍ୟବହାର କରି ଏକ ଅନୁକୂଳ ଇଣ୍ଟରଫେସରେ ସେମାନଙ୍କ ଖାତା ଖୋଲି ପାରିବେ। ଏହାକୁ ଆକ୍ଟିଭେଟ ମଧ୍ୟ କରିପାରିବେ। ଏହି ଇଣ୍ଟରଫେସର ଲାଭ ହେଉଛି ଏଥିରେ କାଗଜପତ୍ର କାମ କରିବାକୁ ପଡିବନି। ମାତ୍ର କିଛି ମିନିଟରେ ଖାତା ଖୋଲିଯିବ। ଏହା ଗ୍ରାହକଙ୍କୁ ଉନ୍ନତ ଅନବୋର୍ଡିଂ ଅନୁଭୂତି ପ୍ରଦାନ କରିବ। ସେହିଭଳି ଖାତା ଖୋଲିବା ନିମନ୍ତେ ଟର୍ଣ୍ଣ ଆରାଉଣ୍ଡ ସମୟ ବହୁତ କମିଯିବ।