ଆଇଡି ବ୍ଲାଷ୍ଟ : ଦୁଇ ଏସଓଜି ଗୁରୁତର

ମାଲକାନଗିରି,୧୧ା୫(ସ୍ବ.ପ୍ର.) : ମାଲକାନଗିରି ଜିଲା ଏସଓଜି ଯବାନମାନେ ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତ ଛତିଶଗଡ଼କୁ ଶନିବାର କୋମ୍ବିଂ ଅପରେଶନରେ ଯାଇ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଡି ବ୍ଲାଷ୍ଟ ହୋଇଥିଲା। ଫଳରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସଙ୍ଗେ ସଙ୍ଗେ ହେଲିକପ୍ଟର ଯୋଗେ ସେମାନଙ୍କୁ ଚିକିତ୍ସା ପାଇଁ ଅଣାଯାଇଛି। ଘଟଣାସ୍ଥଳକୁ ବିଏସଏଫ ଯବାନଙ୍କ ଓ ଏସଓଜି ଯିବା ସହ କୋମ୍ବିଂ ଜୋରଦାର କରାଯାଇଛି।