ଆଇନଜୀବୀଙ୍କୁ ପିସ୍ତଲ ଦେଖାଇ ଟଙ୍କା ମାଗିବା,ହତ୍ୟା ଧମକ ଘଟଣା :୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ନବରଙ୍ଗପୁର,୧୭।୮(ବି.ପ୍ର.): ଜଣେ ଆଇନଜୀବୀଙ୍କ ଛାତିରେ ପିସ୍ତଲ ଲଗାଇ ହତ୍ୟା ଧମକ ଓ ଟଙ୍କା ଆଦାୟ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ୧ ଲକ୍ଷ ଟଙ୍କା, ତିନୋଟି ମୋବାଇଲ ଓ ଦୁଇଟି ମୋଟରସାଇକେଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କୁକୁଡ଼ାବାଇ ଗାଁର ଉମାଶଙ୍କର ଯୋଶୀ ଓରଫ ଶିିବୁ (୩୦), ସିନ୍ଧିଗୁଡା ଗାଁର କୃତ୍ତିବାସ ହରିଜନ(୪୩), ଭାଟିଗାଁର ମଦନ ନାୟକ ଓରଫ ଭତରା(୩୦) ଓ ସିନ୍ଧିଗୁଡା ଗାଁର କୃଷ୍ଣ ବିଷୋୟୀ(୨୯)। ଘଟଣାରେ ୮ ଜଣ ସଂପୃକ୍ତ ଥିବା ବେଳେ ସେଥିମଧ୍ୟରୁ ୪ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଫେରାର ଥିବା ୪ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ନୀତିନ୍‌ କୁସଲକର ନବରଙ୍ଗପୁର ଆଦର୍ଶ ଥାନା ପରିସରରେ ହୋଇଥିବା ଖବରଦାତା ସମ୍ମିଳନୀରେ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ୪ ତାରିଖ ଦିନ ଆଇନଜୀବୀ ଜଣକ ସିନ୍ଧିଗୁଡା ରାସ୍ତା କଡ଼ରେ ଥିବା ବେଳେ ତାଙ୍କୁ ତୋଟାପାଖକୁ ଡାକିନେଇ ଛାତିରେ ବନ୍ଧୁକ ରଖି ଧମକ ଦେଇଥିଲେ। ଆଇନଜୀବୀ କିଛି ଟଙ୍କା ଦେବେ କହି ଖସି ଆସିଥିଲେ। ୫ ଦିନ ପରେ ତାଙ୍କ ପାଖକୁ ଫୋନ୍‌ରେ ଧମକ ଆସିଥିଲା। ଏ ନେଇ କେସ ନଂ. ୧୬/୧ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା।

Share